ସ୍ୱର୍ଗତଃ ଆତ୍ମା (#15604)

ସ୍ୱର୍ଗାରୋହଣ କରିଥିବା ପନ୍ଦର ବର୍ଷରୁ ଊଦ୍ଧ୍ୱର୍ ବାହଈମାନଙ୍କ ନିମି: ଏହି ପ୍ରାର୍ଥନାଟିକୁ ଆବୃି କରାଯାଏ । ଏହି ପ୍ରାର୍ଥନାଟି କେବଳ ମାତ୍ର ଗୋଟିଏ ବାହଈ ଅନିବାର୍ଯ୍ୟ ପ୍ରାର୍ଥନା, ଯେଉଁଟି ସମୂହ ମଧ୍ୟରେ ଆବୃି କରାଯାଏ; ସମାଧିପୀଠରେ ଯେତେବେଳେ ସମସ୍ତେ ଉପସ୍ଥିତ ହୋଇ ଦାୟମାନ ଥାଆନ୍ତି, ସେହି ସମୟରେ ଜଣେ ବିଶ୍ୱାସୀ ଦ୍ୱାରା ଏହା ପାଠ କରାଯାଏ । ଏହି ପ୍ରାର୍ଥନା ଆବୃି ସମୟରେ କେବ୍ଲେ ଅର୍ଥାତ୍ ଆରାଧନାର ଦିଗକୁ ମୁହାଁଇବା କୌଣସି ଆବଶ୍ୟକ ନଥାଏ ।

-Bahá'u'lláh
-----------------------

ସ୍ୱର୍ଗତଃ ଆତ୍ମା (#15605)

ହେ ମୋର ଈଶ୍ୱର ! ଏ ହେଉଛି ତୁମ ସେବକ ତଥା ତୁମ ସେବକର ପୁତ୍ର, ଯିଏ କି ତୁମ ବ୍ୟତୀତ ସମସ୍ତଙ୍କଠାରୁ ସଂର୍ପୂ ଅସଂଲଗ୍ନ ରହି ତୁମକୁ ଓ ତୁମ ନିଦର୍ଶନଗୁଡ଼ିକୁ ବିଶ୍ୱାସ କରିଛି ଏବଂ ତୁମ ଆଡ଼କୁ ତାର ମୁଖ ସ୍ଥିର ରଖିଛି । ବାସ୍ତବରେ ତୁମେ ହିଁ କାରୁଣିକମାନଙ୍କ ମଧ୍ୟରୁ ଅନ୍ୟତମ, ଅତୀବ କରୁଣାମୟ । 

ହେ ମନୁଷ୍ୟମାନଙ୍କର ପାପ-ବିମୋଚକ ଓ ସେମାନଙ୍କ ଦୋଷଦୁର୍ଗୁଣର ଗୁପ୍ତ-ରକ୍ଷକ, ତୁମ ଦୟାର ସାଗର ତଥା ବଦାନ୍ୟତାର ସ୍ୱର୍ଗ ପ୍ରତି ଅନୁକୂଳ ବିଷୟାବଳୀକୁ ଏହି ବ୍ୟକ୍ତି ପ୍ରତି     ବିଧାନ କର । ତୁମର ସର୍ବାଧିକ ଶ୍ରେଷ୍ଠ କରୁଣାର ପରିସର ମଧ୍ୟରେ ଯାହାକି ସ୍ୱର୍ଗଲୋକ ଓ ଭୁଲୋକର ପ୍ରତିଷ୍ଠା ପୂର୍ବରୁ ବିଦ୍ୟମାନ ରହିଛି, ତନ୍ମଧ୍ୟରେ ଏହି ବ୍ୟକ୍ତିକୁ ପ୍ରବେଶ କରିବା ପାଇଁ ଅନୁମତି ପ୍ରଦାନ କର । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି । ତୁମେ ହିଁ ଚିରକ୍ଷମାଶୀଳ, ଅତୀବ ଉଦାର । 

ଏହାପରେ ସେ ଆଲ୍ଲଃ-ଓ-ଆଭା ଅଭିବାଦନକୁ ଛଥର ଉଚ୍ଚାରଣ କରିବେ ଏବଂ ତାପରେ ନିମ୍ନୋକ୍ତ ପଙ୍କ୍ତତିଗୁଡ଼ିକ ୧୯ଥର ଲେଖାଏଁ ପାଠ କରିବେ : 

ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କୁ ଉପାସନା କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ସ୧ୁଖରେ ଅବନତ ଅଟୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ପ୍ରତି ଅନୁରକ୍ତ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ସ୍ତୁତିଗାନ କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କୁୂ ଧନ୍ୟବାଦନ ଅର୍ପଣ କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କଠାରେ ଧୈର୍ଯ୍ୟଶୀଳ ।

*(ମୃତ ବ୍ୟକ୍ତି ଯଦି ମହିଳା ହୋଇଥାନ୍ତି ତେବେ ଏ ହେଉଛି
ତୁମ ସେବିକା ଓ ତୁମ ସେବିକାର କନ୍ୟା ବୋଲି ଆରମ୍ଭରୁ ପଢ଼ିବାକୁ
ପଡ଼ିବ ।)

-Bahá'u'lláh
-----------------------

ସ୍ୱର୍ଗତଃ ଆତ୍ମା (#15606)

ତୁମର ମହିମାଗାନ ହେଉ, ହେ ପ୍ରଭୁ, ହେ ମୋର ପରମେଶ୍ୱର ! ତୁମର ଶାଶ୍ୱତ ସାର୍ବଭୌମ ଶକ୍ତି ଦ୍ୱାରା ତୁମେ ଯାହାକୁ ମହିମାନ୍ୱିତ କରିଥିଲ ତାକୁ ଅଧଃପତିତ କରନାହିଁ ଏବଂ ଯାହାକୁ ତୁମେ ତୁମ ଶାଶ୍ୱତ ପ  ମପ ମଧ୍ୟରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଛ, ତାକୁ ତୁମ ନିକଟରୁ ଦୂରେଇ ଦିଅ ନାହିଁ । ହେ ମୋର ଈଶ୍ୱର ! ଯାାହାକୁ ତୁମେ ତୁମ ପ୍ରଭୁତ୍ୱର ଛାୟାତଳେ ଆଶ୍ରୟ ଦେଇଛ, ତାକୁ କଣ ତୁମେ ତୁମଠାରୁ ଦୂରେଇ ରଖିବ ? ହେ ମୋର ଆକାଙ୍କ୍ଷା ! ଯାହା ପ୍ରତି ତୁମେ ଏକ ଶରଣ ହୋଇଛ ତୁମେ କଣ ତାକୁ ତୁମଠାରୁ ବିମୁଖ କରାଇଦେବ ? ତୁମେ ଯାହାକୁ ଊଦ୍ଧ୍ୱର୍କୁ ଉୋଳିତ କରିଛ ତାକୁ କଣ ତୁମେ ନିମ୍ନଗାମୀ କରିପାରିବ ? କିମ୍ବା, ଯାହାକୁ ତୁମେ ତୁମର ସ୍ମରଣ କରିବା ପାଇଁ ସମର୍ଥ କରିଛ ତାକୁ କଣ ତୁମେ ଭୁଲିପାରିବ ? 

ତୁମର ମହିମାଗାନ ହେଉ ! ଅସୀମ ଭାବେ ମହିମାଗାନ ହେଉ । ତୁମେ ହେଉଛ ସ୍ୱୟଂ ସେହି, ଯିଏକି ଅନନ୍ତକାଳରୁ ସମଗ୍ର     ସୃଷ୍ଟିର ପରମ ରାଜା ଏବଂ ଏହାର ମୁଖ୍ୟ ଦିବ୍ୟ ସଂଚାଳକ ହୋଇ ଆସିଛ, ତଥା ତୁମେ ସକଳ ସୃଷ୍ଟ ବସ୍ତୁର ପ୍ରଭୁ ଓ ସେମାନଙ୍କର ନିୟନ୍ତା ଭାବେ ଚିରଦିନ ହୋଇ ରହିବ । ତୁମର ଯଶୋଗାନ ହେଉ, ହେ ମୋର ଈଶ୍ୱର ! ଯଦି ତୁମେ ତୁମର ସେବକଗଣଙ୍କ ପ୍ରତି କୃପା ପ୍ରଦାନ କରିବା ବନ୍ଦ କରିଦେବ, ତାହାହେଲେ କିଏ ସେମାନଙ୍କୁ କୃପା ପ୍ରଦର୍ଶନ କରିବ? ଯଦି ତୁମେ ତୁମର ପ୍ରିୟଜନମାନଙ୍କୁ ସହାୟତା ପ୍ରଦାନ କରିବା ବନ୍ଦ କରିଦେବ ତାହେଲେ କିଏ ସେମାନଙ୍କୁ ସହାୟତା ପ୍ରଦାନ କରିପାରିବ ? 

ତୁମର ଯଶୋଗାନ ହେଉ, ଅସୀମ ଭାବେ ଯଶୋଗାନ ହେଉ ! ତୁମେ ତୁମର ସତ୍ୟ ପାଇଁ ପ୍ରଶଂସାର ପାତ୍ର ହୋଇଅଛ ଏବଂ ଆମ୍ଭେମାନେ ସମସ୍ତେ ବାସ୍ତବିକ ତୁମକୁ ଆରାଧନା କରୁଛୁ; ତୁମର ନ୍ୟାୟ ଦ୍ୱାରା ତୁମେ ପ୍ରକାଶିତ ହୋଇଅଛ ଏବଂ ତୁମକୁ ଆମେ ସମସ୍ତେ ବାସ୍ତବିକ ତାହାର ସାକ୍ଷ୍ୟ ପ୍ରଦାନ କରୁଛୁ । ସତ୍ୟତଃ, ତୁମେ ତୁମର ଅନୁକମ୍ପା ପାଇଁ ପ୍ରିୟତମ ଅଟ । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି, ତୁମେ ଭୟାନକ ସଂକଟରେ ସହାୟ ଓ ସନିର୍ଭର ।

-Bahá'u'lláh
-----------------------

ସ୍ୱର୍ଗତଃ ଆତ୍ମା (#15607)

ହେ ମୋର ଈଶ୍ୱର ! ହେ ପାପ କ୍ଷମାକାରୀ, ଉପହାର ପ୍ରଦାନକାରୀ ଓ ଯବଣା ଉପଶମକାରୀ !

ବାସ୍ତବିକ, ଯେଉଁମାନେ ଦୈହିକ ପୋଷାକ ପରିତ୍ୟାଗ କରି ଆଧ୍ୟାତ୍ମିକ ଜଗତକୁ ଆରୋହଣ କଲେଣି, ସେମାନଙ୍କର ପାପ କ୍ଷମା କରିବା ପାଇଁ ମୁଁ ତୁମ ନିକଟରେ ପ୍ରାର୍ଥନା କରୁଛି । 

ହେ ମୋର ପ୍ରଭୁ ! ସେମାନେ କରିଥିବା ଅନୁଚିତ କାର୍ଯ୍ୟରୁ ସେମାନଙ୍କୁ ବିଶୁଦ୍ଧ କର, ସେମାନଙ୍କର ଦୁଃଖ ମୋଚନ କର ଏବଂ ସେମାନଙ୍କ ଅନ୍ଧକାରକୁ ଆଲୋକରେ ପରିଣତ କର । ସୁଖର ଉଦ୍ୟାନରେ ପ୍ରବେଶ କରିବା ଲାଗି ସେମାନଙ୍କୁ ସହାୟ ହୁଅ । ଶୁଦ୍ଧପୂତ ଜଳରେ ସେମାନଙ୍କ ୁ ପରିଷ୍କାର କରିଦିଅ ଏବଂ ଉଚ୍ଚତମ ପର୍ବତ ଶିଖରସ୍ଥ ତୁମ ଦୀପ୍ତିକୁ ଅବଲୋକନ କରିବା ପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କର ।

-`Abdu'l-Bahá
-----------------------

